ଅନୁଗୋଳ,୨୫ ।୯ : କଠିନ ପରିଶ୍ରମ ଓ ନିଷ୍ଠାପର ସାଧନା ଯେକୌଣସି ସାଧକକୁ ବଡ଼ ସଫଳତା ଦେଇଥାଏ । ସେହିଭଳି ଜଣେ ଅନନ୍ୟ ପ୍ରତିଭା ହେଲେ ଅନୁଗୋଳ ଜିଲ୍ଲା ପୂର୍ତ୍ତ ବିଭାଗ କଲୋନୀରେ ରହୁଥିବା ନାରାୟଣ ଦେହୁରୀ ଓ ନନ୍ଦିନୀ ବେହେରାଙ୍କ ବଡ଼ପୁଅ ନଗେନ୍ଦ୍ର ଦେହୁରୀ । ମାତ୍ର ୨୪ ବର୍ଷ ବୟସରେ ଅପୂର୍ବ ସଫଳତା ପାଇଛନ୍ତି । ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଦ୍ୱାରା ଚଳିତ ୨୦୧୮ ବର୍ଷ ଇଲେକ୍ରେ୍ଟାନିକ୍ସ ଶାଖାର ବୈଜ୍ଞାନିକ ତଥା ଯନ୍ତ୍ରୀ ପଦ ପାଇଁ ହୋଇଥିବା ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ସଫଳତା ପାଇଥିବା ୩୭ ଜଣଙ୍କ ମଧ୍ୟରୁ ୭ମ ସ୍ଥାନ ଅଧିକାରୀ । ନଗେନ୍ଦ୍ର କେବଳ ଅନୁଗୋଳ ଜିଲ୍ଲା ନୁହେଁ ସାରା ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ଏହି ପରୀକ୍ଷାରେ ପ୍ରାୟ୧ଲକ୍ଷ ପ୍ରାର୍ଥି ଲିଖିତ ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୭୭୦ ଜଣ ଚୟନ ହୋଇଥିଲେ । ଆଉ ସେମାନଙ୍କ ମଧ୍ୟରୁ ମାତ୍ର ୩୭ଜଣ ନିଯୁକ୍ତି ପାଇଛନ୍ତି । ସପ୍ତମ ସ୍ଥାନରେ ଅଛନ୍ତି ନଗେନ୍ଦ୍ର । ନଗେନ୍ଦ୍ରଙ୍କ ପାଇଁ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଅଭିନନ୍ଦନର ବାର୍ତ୍ତା ଛୁଟିଛି । ନଗେନ୍ଦ୍ର ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ । ପାଠ ବ୍ୟତୀତ ପ୍ରୟୋଗ ବିଜ୍ଞାନ ବା ମହାକାଶ ଗବେଷଣା କ୍ଷେତ୍ରରେ ମଧ୍ୟ ତାଙ୍କର ରୁଚି ରହିଥିଲା । ଯାହା ଆଜି ତାଙ୍କୁ ଏହି ସଫଳତା ଦେଇଛି ବୋଲି କହନ୍ତି ନଗେନ୍ଦ୍ର । ନଗେନ୍ଦ୍ରଙ୍କ ପ୍ରାଥମିକ ଶିକ୍ଷା ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ହୋଇଥିବା ବେଳେ କଲେଜ ଜୀବନ ରାଜଧାନୀ ଭୂବନେଶ୍ୱର ଓୟୁଏଟିର ବେସିକ୍ ସାଇନ୍ସ କଲେଜରେ ଓ ବି-ଟେକ୍ ଏନ୍ଆଇଟି ରାଉରକେଲାରେ ହୋଇଥିଲା । ନଗେନ୍ଦ୍ର ଗରିବ ପରିବାରରୁ ଆସିଥିବାବେଳେ ବାପାଙ୍କର ସ୍ୱଳ୍ପ ବେତନ ତାଙ୍କ ଉଚ୍ଚ ଶିକ୍ଷା ଅଥବା ଆଗକୁ ପଢ଼ିବାରେ ବହୁତ କଷ୍ଟ ଦେଉଥିଲା । ତେବେ ଏ ସମସ୍ୟାର ସମାଧାନ ନିମନ୍ତେ ତାଙ୍କ ସହିତ ଏନଆଇଟିରେ ପାଠ ପଢ଼ୁଥିବା ଜଣେ ସହପାଠୀଙ୍କ ସହିତ ମିଶି ଫୋନିକ୍ସ ଏବଂ ରୋବୋଟିକ୍ସ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥା ଗଠନ କରିଥିଲେ । ଯାହାର କାର୍ଯ୍ୟ ପ୍ରଦୂଷଣ ମାପ ଡ଼ିଭାଇସ ତିଆରି କରିବା । ତେବେ ମହାକାଶ ଗବେଷଣା କ୍ଷେତ୍ରରେ କାମ କରିବା ନିଶା ତାଙ୍କୁ ନିଜ ହାତରେ ତିଆରି କରିଥିବା କମ୍ପାନୀକୁ ଛାଡ଼ିବାକୁ ବାଧ୍ୟ ହେଲା । ତାପରେ ଇସ୍ରୋ ପରୀକ୍ଷା ପାଇଁ ପ୍ରସ୍ତୁତି ଆଉ କଠିନ ପରିଶ୍ରମ ଶେଷରେ ତାଙ୍କୁ ସଫଳତା ମିଳିଛି । ଆସନ୍ତା ୨୫ ତାରିଖ ନଗେନ୍ଦ୍ର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ର ‘ଶାର’କୁ କାର୍ଯ୍ୟରେ ଯୋଗ ଦେବା ନିମନ୍ତେ ଯିବେ । ନଗେନ୍ଦ୍ରଙ୍କ ଏହି ସଫଳତାରେ ପରିବାର ଓ ବନ୍ଧୁ ବାନ୍ଧବ ମହଲରେ ବେଶ୍ ଖୁସି ଆଣି ଦେଇଛି ।
Tuesday, September 25, 2018
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଇସ୍ରୋର ବୈଜ୍ଞାନିକ

Subscribe to:
Post Comments (Atom)
No comments:
Post a Comment